ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର: ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଲା ପୋଲିସ

ପଟ୍ଟାମୁଣ୍ଡାଇ,୧୨।୮: କେନ୍ଦ୍ରାପଡ଼ା ଜିଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ରାଜନଗର ଥାନା ଅଞ୍ଚଳରେ ଏହି ଘଟଣା ହୋଇଥିବା ଜଣାପଡିଛି। ପୀଡ଼ିତା ଛାତ୍ରୀ ଜଣଙ୍କ ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ। ଏଠାରୁ ତାଙ୍କୁ ଟେକି ନେଇ ଗଣବଳାତ୍କାର ହୋଇଥିବା ରାଜନଗର ଆଇଆଇସି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ପୋଲିସ। ସେମାନଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।