ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ତୁରେକେଲାରେ ଉତ୍ତରାଞ୍ଚଳ ଆଇଜି

ବଲାଙ୍ଗୀର,୪।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁରେକେଲା ନାବାଳିକା ଗଣବଳାତ୍କାର ଘଟଣାରେ ତୁରେକେଲାରେ ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଅନୁଧ୍ୟାନ କରିଛନ୍ତି। ଘଟଣାରେ ୬ ଜଣ ନାବାଳକଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୫ରେ ଏହି ଘଟଣା ଘଟିଥିଲା। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ସ୍କୁଲରେ ଟ୍ୟୁସନ ସରିବା ପରେ ପୀଡ଼ିତାଙ୍କୁ ତାଙ୍କର ସହପାଠୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ଜଘନ୍ୟ କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।

ପୀଡ଼ିତାଙ୍କ ସମ୍ପର୍କୀୟମାନେ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ୬ ଜଣ ନାବାଳକଙ୍କୁ ଗିରଫ କରିଥିଲେ। ଭିଡିଓ ଭାଇରାଲ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily