ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ ମେଢ଼ ସାଙ୍ଗକୁ ଅତ୍ୟାଧୁନିକ ଆଲୋକ ମାଳାରେ ଝଲସୁଛି ଗାଁଠୁ ସହର। ଏଭଳି ସ୍ଥିତିରେ ମଙ୍ଗଳବାର ଛେଚିଦେଇଗଲା ଅଦିନିଆ ମେଘ l ବର୍ଷାକୁ ଦେଖି ଚିନ୍ତାରେ ଗଣେଶ ପୂଜା କମିଟି l ଆସନ୍ତା କାଲି ଯଦି ଏଭଳି ବର୍ଷା ଜାରୀ ରୁହେ ତାହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଡେକୋରେସନ ଓ ଦଶ ଫୁଟରୁ ଊର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ସାଙ୍ଗକୁ ବିରାଟକାୟ ମେଢ଼ ସବୁ ନଷ୍ଟ ହୋଇଯିବ ବୋଲି ପୁଇଁତୋଳା ବଡ ସାହି ଗଣେଶ ପୂଜା କମିଟିର ଅନିଲ କୁମାର ପ୍ରଧାନ (କାଳିଆ ) ସୂଚନା ଦେଇଛନ୍ତି l