ବଲାଙ୍ଗିର,୨୭।୮(ସୁନିଲ ମହାନ୍ତି): ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟରେ ଗଣେଶ ପୂଜା ପାଳିତ ହୋଇଯାଇଛି l ଏହି ପୂଜାରେ ଶ୍ରୀ ଗଣେଶଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଗଜାନନ ଠାକୁରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ହେବା ପରେ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ରୀ ଓ ଛାତ୍ରମାନେ ପୁଷ୍ପାଞ୍ଜଳି ଦେଇଥିଲେ। ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା l