ଭେଡେନ,୭।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ପପଙ୍ଗା ପାହାଡ଼ରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ରବିବାର ଚଢାଉ କରିଛି। ଚଢାଉ ବେଲେ ପୋଲିସ ୨୨ରୁ ଊଦ୍ଧର୍ବ ବାଇକ୍, ୨ଟି କାର, ବ୍ୟବହୃତ ଜୁଆଖେଳ ସାମଗ୍ରୀ, ବିପୁଳ ଟଙ୍କା ଜବତ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ପପଙ୍ଗା ପାହାଡ଼ ଉପରେ ଜୁଆଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏନେଇ ଜିଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଅତର୍କିତ ଚଢାଉ କରିଥିଲା। ଚଢାଉରେ ବେଳେ ପୋଲିସ ୨୨ରୁ ଉଦ୍ଧର୍ବ ବାଇକ୍, ୨ଟି କାର, ବ୍ୟବହୃତ ଜୁଆଖେଳ ସାମଗ୍ରୀ, ବିପୁଳ ଟଙ୍କା ଜବତ କରିଛି। ଏପରିକି ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କୁ ଭେଡେନ ଥାନାକୁ ଆଣି ଅଟକ ରଖିଥିବା ବେଳେ କେତେଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଢାଉରେ ଭେଡେନ ଥାନା ଏବଂ ରୁଷୁଡା ଫାଣ୍ଡି ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।