Categories: Home Leftଖେଳ

ସିଏସ୍‌କେକୁ ଶିଖରରେ ପହଞ୍ଚାଇଲେ ରୁତୁରାଜ

ଦୁବାଇ,୧୯।୯: ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ରୁତୁରାଜ ଗାଏକ୍ୱାଡଙ୍କ ୮୮ ରନ୍‌ର ବିସ୍ଫୋରକ ପାଳି ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଛିଡ଼ା କରିଥିଲା ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ତା’ ପରେ ଦୀପକ ଚହର, ଶାର୍ଦ୍ଦୁଳ ଠାକୁର ଓ ଡ୍ବେନ ବ୍ରାଭୋ କ୍ରମାଗତ ବ୍ୟବଧାନରେ ଉଇକେଟ ହାତେଇ ମୁମ୍ବାଇର ଜିତିବା ଆଶା ଧୂଳିଶାତ୍‌ କରି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଖେଳିଥିବା ମୁମ୍ବାଇ ୮ ଉଇକେଟ ହରାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୨୦ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଦଳ।

ଏହି ବିଜୟ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି ସିଏସ୍‌କେ। ଚଳିତ ସିଜନରେ ୮ ମ୍ୟାଚ୍‌ ଖେଳିଥିବା ଚେନ୍ନାଇ ଏବେ ୬ ବିଜୟ ଓ ୧୨ ପଏଣ୍ଟ ସହ ଶୀର୍ଷରେ ରହିଛି। ସିଏସ୍‌କେ ଭଳି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅଛି ୧୨ ପଏଣ୍ଟ। କିନ୍ତୁ ନେଟ୍‌ରନ ରେଟ୍‌ରେ ଖୁବ୍‌ ଆଗରେ ରହିଛି ଧୋନୀଙ୍କ ଦଳ।