ଗଗନ ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫରର ବିଜେତା

ଭୁବନେଶ୍ୱର୫।୨(ଅଭୟ ଦାଶ): ଫ୍ରିଡମ ହେଲ୍‌ଦି କୁକିଂ ଅଏଲ୍ସର ବହୁ ପ୍ରତୀକ୍ଷିତ ବମ୍ପର ଡ୍ର ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଏହି ବମ୍ପର ଡ୍ର’ର ଭାଗ୍ୟଶାଳୀ ବିଜେତାମାନେ ୫୦ଗ୍ରାମର ସ୍ବର୍ଣ୍ଣ୍‌ମୁଦ୍ରା ଜିତିଛନ୍ତି। ଏପରିକି ପ୍ରତ୍ୟେକ ରାଜ୍ୟରୁ ଜଣେ ବିଜେତା ୫୦ଗ୍ରାମ ସୁନାମୁଦ୍ରା ଜିତିଥିବାବେଳେ ଉପବିଜେତାଙ୍କୁ ୧୦ଗ୍ରାମର ସୁନାମୁଦ୍ରା ପୁରସ୍କାର ସ୍ବରୂପ ଏକ ସ୍ବତନ୍ତ୍ର ଉତ୍ସବରେ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ଫ୍ରିଡମର ଓଡ଼ିଶା ବଜାର ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍ସର ଜିଏମ୍‌ (ମାର୍କେଟିଂ) ଚେତନ ପିମ୍ପଲଖୁଟେ ଏବଂ ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତା ଯାଜପୁର ଜିଲାର ଗଗନ ବିହାରୀ ସାହୁଙ୍କୁ ୫୦ ଗ୍ରାମ ସ୍ବର୍ଣ୍ଣମୁଦ୍ରା ଏବଂ ଗଜପତି ଜିଲା (ମୋହନା)ର ସୁରେଶ ଚନ୍ଦ୍ର ସାହୁଙ୍କୁ ୧୦ଗ୍ରାମର ସୁନା ମୁଦ୍ରା ପୁରସ୍କାର ସ୍ବରୂପ ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ଜିଏମ୍‌ (ମାର୍କେଟିଂ) ଚେତନ ପିମ୍ପଲଖୁଟେ କହିଥିଲେ, ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲରେ ଆମ ଗ୍ରାହକଙ୍କୁ ଗୁଣାତ୍ମକ ତଥା ନିରାପଦ ଉତ୍ପାଦ ପ୍ରଦାନ କରିବା ବ୍ୟତୀତ ‘ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫର୍‌ ୨୦୨୪’ ଆମେ କାର୍ଯ୍ୟ କରୁଥିବା ଭୌଗୋଳିକ ସ୍ତରରେ ମଧ୍ୟ ଏହି ଅଫର ଜରିଆରେ ଗ୍ରାହକଙ୍କ ମଧ୍ୟରେ ସୁଖ ବିସ୍ତାର କରିପାରିଛୁ।
ସେହିଭଳି ଫ୍ରିଡମ୍‌ ହେଲ୍‌ଦି କୁକି ଅଏଲ୍ସର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ କହିଥିଲେ, ଆମେ ଏହି ଅଫର ଜରିଆରେ ଏକ ଭଲ କାରବାର ଓ ଉତ୍ସାଜନକ ଆଗ୍ରହ ବଜାରରେ ଦେଖିବାକୁ ପାଇଥିଲୁ।