‘ଜି -୨୦ ଘୋଷଣାପତ୍ର ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ କୌଶଳର ପ୍ରମାଣ’

ନୂଆଦିଲ୍ଲୀ/ନୁୟର୍କ,୧୩।୯: ଜି -୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଜି -୨୦ରେ ଜାରି କରାଯାଇଥିବା ଘୋଷଣାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳର କୂଟନୈତିକ ଦକ୍ଷତା ଏବଂ ପାରଦର୍ଶୀତାର ପ୍ରମାଣ।

ଜି -୨୦ ଶିଖର ସମ୍ମିଳନୀର ସଫଳ ପାଇଁ ଫ୍ରାନ୍ସିସ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଁ ଭାବୁଛି ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ଦଳର କୂଟନୈତିକ କୌଶଳ ଏବଂ ଚତୁରତାର ପ୍ରମାଣ ଯେ ସେମାନେ ମିଳିତ ବିବୃତ୍ତି ପ୍ରଦାନରେ ଜି -୨୦କୁ ଏକାଠି ରଖିବାରେ ସକ୍ଷମ ହୋଇଥିଲେ।