ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର ଜାରି ରହିଛି । ଶନିବାର ମଧ୍ୟ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୪. ୬ ଡିଗ୍ରୀ ସେଲସିୟସ ରହିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ, ଓ ଘନ କୁହୁଡି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ଅତି କଷ୍ଟ ପାଉଛନ୍ତି। ଜି.ଉଦୟଗିରି ଓ ଆଖପାଖ ଅଞ୍ଚଳରେ ଅନେକ ସଂଗଠନ ଅତି ଗରିବମାନଙ୍କୁ କମ୍ବଳ ବାଣ୍ଟୁଛନ୍ତି। ପୋଖରୀରେ ସକାଳୁ ପାଣିରେ କାକର ଆସ୍ତରଣ ପଡ଼ିଥିବା ଯୋଗୁ ପାଣିରେ ହାତ ମାରିବା କଷ୍ଟ ହେଉଛି। ପ୍ରବଳ ଘନ କୁହୁଡି ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରତ୍ୟେକ ଦିନ କୁହୁଡି ଯୋଗୁ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟୁଛି। ଅନ୍ୟପଟେ ଶୀତର ମଜା ନେବା ପାଇଁ ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆସିବା ବୃଦ୍ଧି ପାଇଛି। ସବୁଠାରୁ ଆକର୍ଷଣ ପାଲଟିଥିବା କାଲିଗାଡୁ ହିଲଟପରେ ଯୁବପିଢ଼ିଙ୍କ ଗହଳି ଲାଗିରହୁଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପାହାଡ଼ ଉପରେ ଥିବା ବଡ଼ ପଥର ଚଟାଣ ଉପରେ ଗାର୍ଡୱାଲ ନିର୍ମାଣ କରାଯାଇଛି। କଳିଙ୍ଗା ବନ ଉଦ୍ୟାନରେ ମଧ୍ୟ ଗହଳି ଦେଖିବାକୁ ମିଳିଛି।

Dharitri – The Largest & Most Trusted Odia Daily

Share
Tags: odisha