ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଏହାର ଯାଞ୍ଚ କରିବେ। ଏହି ଅସ୍ଥାୟୀ ହସ୍ପିଟାଲରେ ଉଚ୍ଚମାନର ଆମ୍ବୁଲାନ୍ସ ସହିତ ବରିଷ୍ଠ ଡାକ୍ତରଙ୍କ ଏକ ଟିମ ନିୟୋଜିତ ହୋଇ ଜରୁରୀକାଳୀନ ଚିକିତ୍ସା ଯୋଗାଇବେ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି, ଜି -୨୦ ପାଇଁ ଦିଲ୍ଲୀ ଏମ୍ସ, ଆରଏମଏଲ ଏବଂ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ସମେତ କେନ୍ଦ୍ରର ଅନେକ ଦଳ ନିୟୋଜିତ ହେବେ। ଏତଦ୍‌ ବ୍ୟତୀତ, ୫୦ ଟି ଆମ୍ବୁଲାନ୍ସ ଭିଭିଆଇପି କନଭେନରେ ରହିବ ଏବଂ ପ୍ରଗତି ମଇଦାନ ବ୍ୟତୀତ ସେହି ହୋଟେଲ ବାହାରେ ମଧ୍ୟ ରହିବ।ଯେଉଁଠାରେ ଅତିଥିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।