Swedish environmental activist Greta Thunberg has declined a major environmental prize, saying that the "climate movement does not need any more awards."
ଡାଭୋସ୍,୧୯।୧: ସୁଇଜରଲାଣ୍ଡର ଡାଭୋସ୍ରେ ବିଶ୍ୱ ଅର୍ଥନୀତି ଫୋରମ୍ ସମ୍ମିଳନୀ ଚାଲିଥିବାବେଳେ ସେଥିରେ ଭାଗ ନେଇଥିବା ଲୋକେ ବିଶ୍ୱକୁ ଧ୍ୱଂସ କରିଦେବା ଲାଗି ଇନ୍ଧନ ଯୋଗାଉଛନ୍ତି ବୋଲି ସୁଇଡେନ୍ ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ ଅଭିଯୋଗ କରିଛନ୍ତି। ଜୀବାଶ୍ମ ଇନ୍ଧନ ବିରୋଧରେ ଗ୍ରେଟା ଚଳାଇଥିବା ଲଢ଼େଇ ନେଇ ଡାଭୋସ୍ ସମ୍ମିଳନୀରେ ଚାପ ପକାଇଛନ୍ତି। ଦୁଇଦିନ ପୂର୍ବରୁ ଜର୍ମାନୀ କୋଇଲା ଖଣି ବିରୋଧରେ ବିକ୍ଷୋଭ ବେଳେ ଗ୍ରେଟାଙ୍କୁ ଅଟକ ରଖିଥିଲା। ବିଶ୍ୱ ଅର୍ଥନୀତି ଫୋରମ୍ ଅବସରରେ ଗ୍ରେଟା ଓ ତାଙ୍କ ସହଯୋଗୀମାନେ ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ମୁଖ୍ୟ ଫତିହା ବିରୋଲଙ୍କ ସହ ବିତର୍କରେ ସାମିଲ ହୋଇଥିଲେ।