ତେଲ ଦର ଉପରୁ କମିଲା ଟ୍ୟାକ୍ସ

ମୁମ୍ବାଇ,୪।୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ତେଲ ଦର ଉପରରୁ ଭାଟ୍‌ ହ୍ରାସ କଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ସୋମବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଧେ।
ଗତ ବଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ଅଧିକାଂଶ ରାଜ୍ୟ ମଧ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଛନ୍ତି। ତେଲ ଦର ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଟ ହ୍ରାସ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଥିଲେ।

Share