ଦାୟିତ୍ୱ ମିଳିବା ପରେ ସମସ୍ୟା ବୁଝିବାକୁ ଆସିଥିଲେ ଏମ୍‌ପିଙ୍କ ପ୍ରତିନିଧି, ମିଳିଲା…

ପୁରୁଷୋତ୍ତମପୁର,୧୮।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଲାଗି ଆସିକା ଏମପିଙ୍କ ପ୍ରତିନିଧି ରୂପେ ଅନିଲକୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଏ ଥିନେଇ ଏମ୍‌ପି ଅନିତା ସୁଭଦର୍ଶନୀ ତାଙ୍କ ଚିଠି ନଂ ୯୦/୨୦୨୫ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ଏହାକୁୁନେଇ ଜିଲାପାଳ ଚିଠିନଂ ୧୨୧୩ ପ୍ରକାରେ ପୁରୁଷୋତ୍ତମପୁର ବିଡିଓଙ୍କୁ ଜଣାଇଛନ୍ତି। ଏମ୍‌ପିଙ୍କ ଅନୁପସ୍ଥିତିରେ ଅନିଲ ଦାୟିତ୍ୱ ତୁଲାଇବେ।
ଶୁକ୍ରବାର ଅନିଲକୁମାର ପଣ୍ଡା ଓ ବରିଷ୍ଠ ନେତ୍ରୀ ଭାରତୀ ବେହେରା ପୁରୁଷୋତ୍ତମପୁର ଆସି ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ବିଭିନ୍ନ ସମସ୍ୟା ଉପରେ ପଚାରିବୁଝିଥିବା ବେଳେ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।