ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ, ଭାରତ ସରକାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ତଥା ଦେଶର ସୁରକ୍ଷା ସହ ଜଡିତ କାର୍ଯ୍ୟ କରିଥାଏ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ଯୋଜନା ପ୍ରସ୍ତୁତ କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ।

ସେହିଭଳି ବିଶ୍ୱର ବିଭିନ୍ନ ଦେଶର ସରକାରରେ ବିଭିନ୍ନ ପ୍ରକାରର ମନ୍ତ୍ରଣାଳୟ ରହିଛି। ତଥାପି, ଏପରି କିଛି ମନ୍ତ୍ରଣାଳୟ ରହିଛି ଯାହାର କାର୍ଯ୍ୟ ଏବଂ ନାମ ଉଭୟ ଅଜବ ଅଟେ। ଏହି ଦେଶଗୁଡିକରେ ଋଷିଆ, ଜାପାନ, ଭାରତ, ଆମେରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ନାମ ଅନ୍ତର୍ଭୁକ୍ତ।

ନିକଟରେ ଋଷିଆର ପୁଟିନ ସରକାର ଏକ ନିଷ୍ପତ୍ତି ନେଇ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କହିରଖୁଛୁ କି, ଗତ ତିନିବର୍ଷ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଜନ୍ମ ହାର ହ୍ରାସକୁ ନେଇ ଚିନ୍ତାରେ ପଡିଛନ୍ତି ପୁଟିନ। ଏହି କାରଣରୁ ସେଠାରେ ଥିବା ସରକାର ଦେଶର ଜନସଂଖ୍ୟା ଉପରେ ଧ୍ୟାନ ଦେବା ପାଇଁ ଯୌନ ମନ୍ତ୍ରଣାଳୟ ଗଠନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆପଣ ଜାଣି ତାଜୁବ ହେବେ ଜାପାନରେ ୬୦ ମିଲିୟନ ଡଲାର ମୂଲ୍ୟର ଶୌଚାଳୟ ସଂଗ୍ରହାଳୟ ମଧ୍ୟ ଅଛ। ଏବେ ଜାପାନର ଶୌଚାଳୟ ମନ୍ତ୍ରଣାଳୟକୁ ଆସିବାକୁ ଯାଉଛି। ୨୦୧୪ରେ, ଜାପାନର ମହିଳା ସଶକ୍ତିକରଣ ମନ୍ତ୍ରୀ ହାରୁକୋ ଆରିମୁରା ତାଙ୍କ ନାମରେ ଏକ ଅନୌପଚାରିକ ପଦ ଯୋଡିଥିଲେ। ତାହା ହେଲା ଶୌଚାଳୟ ମନ୍ତ୍ରୀ। ସେ ଚିନ୍ତା କରୁଥିଲେ ଯେ ମହିଳାଙ୍କ ଉନ୍ନତି ପାଇଁ ସର୍ବସାଧାରଣ ସ୍ଥାନରେ ଶୌଚାଳୟର ଉନ୍ନତି ଗୁରୁତ୍ୱପୂର୍ଣ୍ଣ ଅଟେ।

୨୦୧୪ରେ ଯେତେବେଳେ ଦେଶରେ ନରେନ୍ଦ୍ର ମୋଦି ସରକାର ଗଠନ ହୋଇଥିଲା, ସେତେବେଳେ ସେ ତାଙ୍କ ସରକାରରେ ଏକ ନୂଆ ମନ୍ତ୍ରଣାଳୟ ଗଠନ କରିଥିଲେ। ତାହା ହେଉଛି ଯୋଗ ମନ୍ତ୍ରଣାଳୟ। ଯାହାକୁ ଆପଣ ଆୟୁଷ ମନ୍ତ୍ରଣାଳୟ ନାମରେ ପରିଚିତ।

ସଂଯୁକ୍ତ ଆରବ ଏମିରେଟ୍ସ ଫେବୃଆରୀ ୨୦୧୬ରେ ସୁଖ ମନ୍ତ୍ରଣାଳୟ ଗଠନ କରିଛି। ୟୁଏଇର ଲୋକଙ୍କ ଜୀବନକୁ ଖୁସି କରିବା ପାଇଁ ସୁଖ ମନ୍ତ୍ରଣାଳୟ ଗଠନ କରାଯାଇଛି। ଯାହାଦ୍ୱାରା, ୟୁଏଇ ସବୁଠୁ ଖୁସି ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବ।

ଆମେରିକାରେ ଦୀର୍ଘ ବର୍ଷ ଧରି ଚା ’ଏକ୍ସପର୍ଟ ବୋର୍ଡ ବା ଚା’ ମନ୍ତ୍ରଣାଳୟ ରହିଆସିଛି। ଏହାର କାମ ହେଉଛି ଅନ୍ୟ ଦେଶରୁ ଆସୁଥିବା ଚା’କୁ ପରୀକ୍ଷା କରିବା ଏବଂ ଏହାର ଗୁଣ ଭଲ କି ନୁହେଁ ତାହା ଜଣାଇବା। ଏହି ବୋର୍ଡ ବର୍ତ୍ତମାନ ମଧ୍ୟ ଚାଲୁଛି।