ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ଥାନାଧିକାରୀ ଧବଳେଶ୍ୱର ସାହୁ ରାମପୁର ଫାଣ୍ଡି ଅଧିକାରୀ ସୁଦର୍ଶନ ବେହେରା, ଏଏସଆଇ ଅଭୟ ମହାନ୍ତି ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ବାପା ସତ୍ୟନାରାୟଣ ସାଇସ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କ ପୁତ୍ର ସାହିଲ ସାଇସ (୧୯) ଚଳିତ ମାସ ୧ ତାରିଖ ସନ୍ଧ୍ୟାରୁ ଘରୁ ନିଖୋଜ ଥିଲେ। ଅନେକ ଖୋଜାଖୋଜି ପରେ ସେ ମିଳିନଥିଲେ। ବୁଧବାର ତାଙ୍କ ପୁଅକୁ ତାର ସାଙ୍ଗମାନେ ମାରି ଟାଙ୍ଗରା ଘାଟ ଜଙ୍ଗଲରେ ଫିଙ୍ଗି ଦେଇଥିବାର ସନ୍ଧାନ ପାଇଥିଲେ । ସନ୍ଦେହରେ ଜଣକୁ ଆଣି ବ୍ରଜରାଜନଗର ଥାନାରେ ପହଞ୍ଚାଇଥିଲେ। ସାଙ୍ଗ ଦେଇଥିବା ବୟାନକୁ ଆଧାର କରି ପୋଲିସ ଗୁରୁବାର ସକାଳୁ ଜଙ୍ଗଲ ଖୋଜାଖୋଜି କରି ମୃତଦେହକୁ ଠାବ କରିଥିଲେ। ମୃତଦେହରେ ଅନେକ କ୍ଷତ ଚି଼ହ୍ନ ରହିଥିବାବେଳେ ମୃତଦେହକୁ ଜରିରେ ପ୍ୟାକ୍ କରି ପକେଇଦେଇଥିଲେ । ଏ ସଂକ୍ରାନ୍ତରେ ବ୍ରଜରାଜନଗର ଥାନା କେସ୍ ନମ୍ବର ୩୦/୨୦୨୬ ରେ ଏକ ମାମଲା ରଜୁ ହୋଇ ଦୁଇ ଜଣ ସାଙ୍ଗକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।