Paris: Serbia's Novak Djokovic plays a return to Lithuania's Ricardas Berankis during their third round match on day 7, of the French Open tennis tournament at Roland Garros in Paris, France, Saturday, June 5, 2021. AP/PTI(AP06_05_2021_000158B)
ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ ସିଡ୍ ସ୍ପେନର ରାଫାଲ ନାଡାଲ, ଇଟାଲୀର ଅଣସିଡ୍ ଖେଳାଳି ଲୋରେଞ୍ଜୋ ମୁସେଟି, ଆମେରିକାର ୧୮ତମ ସିଡ୍ ଖେଳାଳି ଜାନିକ ସିନର, ଜର୍ମାନୀର ଜାନ ଲେନାର୍ଡ ଷ୍ଟ୍ରଫ୍, ଦଶମ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ବିଜୟୀ ହୋଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ନାଡାଲ ତୃତୀୟ ରାଉଣ୍ଡରେ ବ୍ରିଟେନର କାମେରନ ନୋରିଙ୍କୁ ୬-୩, ୬-୩, ୬-୩ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ଜୋକୋଭିଚ ୬-୧, ୬-୪, ୬-୧ ସେଟ୍ରେ ଲିଥୁଆନିଆର ୯୩ ର଼୍ୟାଙ୍କ୍ର ଖେଳାଳି ରିକାର୍ଡାସ ବେରନାକିସ୍ଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱାଦଶ ବର୍ଷ ପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍ ଓପନ ଓ ମୋଟ ଉପରେ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବେ। ସେହିପରି ମୁସେଟି ୩-୬, ୬-୪, ୬-୩, ୩-୬, ୬-୩ ସେଟ୍ରେ ଇଟାଲୀର ମାର୍କୋ ସେକିନାଟୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଇସ୍ନର ୬-୧, ୭-୫, ୬-୩ ସେଟ୍ରେ ସ୍ବିଡେନର ଓ୍ବାଇମେରଙ୍କୁ ୬-୧, ୭-୫, ୬-୩ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଷ୍ଟ୍ରଫ୍ ୬-୪, ୭-୬, ୬-୨ ସେଟ୍ରେ ସ୍ପେନର ଅଲକାରାଜ ଗାର୍ଭିଆଙ୍କୁ ତୃତୀୟ ରାଉଣ୍ଡରେ ହରାଇ ଆଗକୁ ବଢିଛନ୍ତି। ସେହିପରି ସ୍ବାର୍ଜମ୍ୟାନ ୬-୪, ୬-୨, ୬-୧ ସେଟ୍ରେ ଜର୍ମାନୀର ଫିଲିପ୍ କୋହେଲସ୍କ୍ରେଇବରଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଚତୁର୍ଥ ରାଉଣ୍ଡରେ କେନିନ, କ୍ରେଜସିକୋଭା
ମହିଳା ସିଙ୍ଗଲ୍ସରେ ଚତୁର୍ଥ ସିଡ୍ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ନିଜ ଦେଶରେ ୨୮ତମ ସିଡ୍ ଜେସିକା ପେଗୁଲାଙ୍କୁ ୪-୬, ୬-୧, ୬-୪ ସେଟ୍ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଚେକ ଗଣରାଜ୍ୟର ବାରବୋରା କ୍ରେଜିଶୋଭା ୬-୩, ୬-୨ ସେଟ୍ରେ ପଞ୍ଚମ ସିଡ୍ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଅଗ୍ରଗତି କରିଛନ୍ତି। ଫ୍ରେଞ୍ଚ୍ ଓପନ ପ୍ରଥମ ସପ୍ତାହରେ ଭିଟୋଲିନା ସପ୍ତମ ଟପ୍-୧୦ ସିଡ୍ ଖେଳାଳିଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ସେହିପରି ଆମେରିକାର ସ୍ଲୋଆନ ଷ୍ଟିଫେନ୍ସ ୬-୩, ୭-୫ ସେଟ୍ରେ କାରୋଲିନା ମୁଚୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ୟୁକ୍ରେନର ମାର୍ଟା କୋସିଟ୍ୟୁକ ୬-୧, ୬-୨ରେ ଭାରଭାରା ଗ୍ରାଚେଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।