ଚାକିରି ଦେବା ନାମରେ ଠକିଥିଲେ, ଯୁବକଙ୍କୁ ଧରି ଥାନାରେ ପହଞ୍ଚିଲେ…

ପାରଳାଖେମୁଣ୍ଡି,୩୦।୭(ଗିରିଧାରୀ ପରିଚ୍ଛା): ଦୁବାଇରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଘଟଣାରେ ପାରଳାଖେମୁଣ୍ଡି ଥାନାରେ ଜଣେ ଅଟକ ରହିଛି। ଅଟକ ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀ ନାରାୟଣ ପାତ୍ର। ସେ ଆନ୍ଧ୍ର ଶ୍ରୀକାକୁଲମ ଜିଲା ରାଟିଣି ଗ୍ରାମର ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି। ଅଟକ ବ୍ୟକ୍ତି ଜଣକ ଗୋସାଣୀ ବ୍ଲକର ଅନେକ ଗ୍ରାମରେ ଅନେକ ଯୁବକଙ୍କୁ ଚାକିରି ନାମରେ ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଠକାମିରେ ଶିକାର ହୋଇଥିବା କିଛି ଯୁବକ ବୁଧବାର ଲକ୍ଷ୍ମୀ ନାରାୟଣକୁ ଧରି ପାରଳାଖେମୁଣ୍ଡି ଥାନାକୁ ଆଣି ଅଭିଯୁକ୍ତଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Share