ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ କାମୁଡାରେ ଆହାତ ହୋଇଛନ୍ତି।
ଶନିବାର ସନ୍ଧ୍ୟାରେ ବିଲରେ ଧାନ କାଟି ଘରକୁ ଫେରୁଥିବା ବେଳେ ସେମାନଙ୍କୁ ବିଲୁଆ ଗୋଡେଇ ଗୋଡେଇ କାମୁଡ଼ିଥିଲା। ପରିବାର ଲୋକେ ସେମାନଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ଧାନ ଅମଳ ସମୟ। ଚାଷୀ ପରିବାର ଲୋକେ ଭୋରରୁ ଚାଷଜମିକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବିଲୁଆଙ୍କ ଉତ୍ପାତ ଏବେ ସମ୍ପୃକ୍ତ ଗ୍ରାମାଞ୍ଚଳରେ ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଛି ।
Dharitri – Odisha’s No.1 Odia Daily