ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ ଛାତ୍ର ବୁଧବାର ସାରୁ ନିଖୋଜ ଥିଲେ। ଗାଁ ନିକଟ ଏକ ପାହାଡ଼ ଓ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି। ବୁଧବାର ସେମାନେ ବିଦ୍ୟାଳୟରୁ ଆସିବା ପରେ ଗାଁରେ ଚାଲିଥିବା କ୍ରିକେଟ ମ୍ୟାଚ ଦେଖିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି ନଥିବା ବେଳେ ରାତି ହେବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ୨ ଟି ସାଇକେଲ ନେଇ ସେମାନେ ବୁଲାବୁଲି କରୁଥିବା ଏକ ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା। ରିଆମାଳ ପୋଲିସ ସୂଚନା ପାଇବା ପରେ ୨ ଟି ସତନ୍ତ୍ର ଟିମ ଗଠନ କରି ଖୋଜାଖୋଜି ଆରମ୍ଭ ହୋଇଥିଲା। ଗ୍ରାମବାସୀ ମଧ୍ୟ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ସକାଳୁ ସେମାନେ ଉଦ୍ଧାର ହୋଇଛନ୍ତି। ସେମାନେ ରାତି ତମାମ ଜଙ୍ଗଲରେ ଥିବା ଜଣାପଡିଛି। କଣ ପାଇଁ ସେମାନେ ଜଙ୍ଗଳକୁ ଯାଇଥିଲେ ବା ତାଙ୍କୁ କିଏ ନେଇ ଯାଇଥିଲା କିଛି ଜଣାପଡିନାହିଁ। ପୋଲିସ ତଦନ୍ତ ଜାରି ରଖିଛି।
Dharitri – The Largest & Most Trusted Odia Daily