ରାସ୍ତାରେ ଯାଉଥିଲେ ଲୋକେ, ହଠାତ କାମୁଡ଼ିବାକୁ ଗୋଡ଼ାଇଲା କୁକୁର; ୪ ଆହତ

ହିଞ୍ଜିଳିକାଟୁ,୮।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶିକିରି ଗ୍ରାମରେ ବୁଧବାର କୁକୁର କାମୁଡ଼ାରେ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଶୁଭେନ୍ଦୁ ଦାସ (୧୫),ପପୁ ବରଡ(୨୮) କ୍ରିଷ୍ଣା ଦାସ(୧୬ )ଓ କୈଳାସ ବେହେରା (୫୬)। ଶିକିରି ଗାଁର କେନାଲ ନିକଟ ହିଞ୍ଜିଳି ପାରିସାହି ଛକରେ ବୁଧବାର ଅପରାହ୍ନରେ ଏକ କୁକୁର ହଠାତ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲା। କିଛି ଲୋକ ଦୌଡ଼ି ପଳାଇଥିବା ବେଳେ ଅନ୍ୟ ମାନେ ଆକ୍ରମଣ ର ଶିକାର ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି । ଆହୁରି କିଛି ଲୋକ କୁକୁର ଆକ୍ରମଣର ଶିକାର ହୋଇଥିବା ବେଳେ ଭିନ୍ନ ସ୍ଥାନରେ ଚିକିତ୍ସା ପାଇଁ ଯାଇଥିବା କୁହାଯାଉଛି। ହଠାତ କୁକୁର ଆକ୍ରମଣ କାରଣରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଉକ୍ତ କୁକୁରକୁ କାବୁ କରିବାକୁ ଦାବି ହେଉଛି।

Dharitri – Odisha’s No.1 Trusted Odia Daily

Share