ନୂଆଦିଲ୍ଲୀ,୩ା୮: ଆମେରିକାରେ ଭ୍ରମଣ ପାଇଁ ଯାଇ ନିଖୋଜ ଥିବା ୪ ଜଣ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ନାଗରିକଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ରାତି ୯ଟା ୩୦ ମିନିଟ୍ ସମୟରେ ଓ୍ବେଷ୍ଟ ଭର୍ଜିନିଆର ମାର୍ଶାଲ କାଉଣ୍ଟି ଅନ୍ତର୍ଗତ ବିଗ୍ ହ୍ବିଲିଂ କ୍ରିକ୍ ରୋଡ୍ରେ ଏକ ଟୟୋଟା କାମ୍ରି କାର୍କୁ ଠାବ କରାଯାଇଛି।
ମୃତକମାନେ ହେଲେ ଆଶା ଦିବାନ, କିଶୋର ଦିବାନ, ଶୈଳେଶ ଦିବାନ ଓ ଗୀତା ଦିବାନ। ପିଟ୍ଟର୍ସବର୍ଗ ଯିବା ବାଟରେ ସେମାନେ ନିଖୋଜ ହୋଇଯାଇଥିଲେ। ସେଠାରୁ ସେମାନେ ଓ୍ବେଷ୍ଟ ଭର୍ଜିନିଆର ମାଉଣ୍ଡସ୍ଭିଲେ ଯିବାକୁ ଯୋଜନା କରିଥିଲେ ଓ ପ୍ରଭୁପାଦଙ୍କ ପ୍ୟାଲେସ୍ ଅଫ୍ ଗୋଲ୍ଡରେ ରହିବା ପାଇଁ ଆଗୁଆ ଅର୍ଥ ପୈଠ କରିଥିଲେ। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଶୁକ୍ରବାର ହେଲିକପ୍ଟର ନିୟୋଜିତ କରାଯାଇଥିଲେ ମଧ୍ୟ ସେମାନଙ୍କ ଗାଡ଼ିର ସନ୍ଧାନ ମିଳି ନ ଥିଲା।