ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ାଉ କରିଥିଲା। ଏହି ସମୟରେ ରେଷ୍ଟୁରାଣ୍ଟରୁ ୪ଟି ଘରୋଇ ଏଲ୍‌ପିଜି ସିଲିଣ୍ଡର ଜବତ କରାଯାଇଛି। ନୂଆପଡ଼ା ଏସିଏସ୍‌ଓ (ମୁଖ୍ୟାଳୟ) ପୂର୍ଣ୍ଣାଶା ଭୋଇ, ସଦର ଏସିଏସ୍‌ଓ ହୃଷୀକେଶ ନାଏକ ଓ ନୂଆପଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ଦାସ ଏହି ସ୍କ୍ବାଡ୍‌ରେ ସାମିଲ ହୋଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ରେଷ୍ଟୁରାଣ୍ଟ ମାଲିକଙ୍କ ଦ୍ୱାରା ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ କାମରେ ବ୍ୟବହାର କରାଯାଉଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା। ନିୟମ ଉଲ୍ଲଂଘନ ହେବାରୁ ସେଗୁଡ଼ିକୁ ଜବତ କରାଯାଇ ତଦନ୍ତ ଚାଲିଛି। ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ଅଧିକ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ନିୟମ ଅନୁସାରେ କେବଳ ବାଣିଜି୍ୟକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily

Share