ଗଜପତି,୧୫।୫:ବାଘୁଆ ମହୁ ମାଛି ଆକ୍ରମଣରେ ଚାରି ଭକ୍ତ ଗୁରୁତର। ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିବାବେଳେ ଘଟିଛି ଏପରି ଅଘଟଣ। ପୂର୍ବରୁ ମଧ୍ୟ ହନୁମାନ ଜୟନ୍ତୀ ଦିନ ମନ୍ଦିରରେ ହୋଇଥିଲା ମହୁମାଛି ଆକ୍ରମଣ। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଠାରେ ଘଟିଛି ଏପରି ଅଭାବନୀୟ ଘଟଣା। ଗୁରୁତରମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।