ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି l ଚାଷୀ ତ୍ରିନାଥ ଦଳାଇ ଏବଂ ତାଙ୍କ ଭାଇ ମହେଶ୍ୱର ଦଳାଇ ଧାନ କାଟି ଖଳlରେ ରଖିଥିଲେ l ହଠାତ ଧାନଖଳାରେ ନିଆଁ ଲାଗି ଯାଇଥିଲା। ତ୍ରିନାଥ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ନିଆଁ ଆୟତ୍ତ ହେବା ପୂର୍ବରୁ ପ୍ରାୟ ଚାରି ଏକର ଧାନ ପୋଡି ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣା ପଡି ନାହିଁ। ତ୍ରିନାଥ ଓ ମହେଶ୍ୱରଙ୍କ ବର୍ଷକର ଆହାର ଏବେ ପାଉଁଶ ହୋଇଯାଇଛି। ଏଣୁ ସେମାନେ ସରକାରଙ୍କ ପକ୍ଷରୁ କିଛି ସହାୟତା ଦେବା ପାଇଁ ପରିବାରଲୋକେ ଗୁହାରୀ କରିଛନ୍ତି।

Dharitri – Odisha’s No.1 Odia Daily

Share