ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍‌ଘାତ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଡିକ୍‌ ବହୁ ଦଶନ୍ଧି ଧରି ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌, କଂଗ୍ରେସ ସଦସ୍ୟ, ପ୍ରତିରକ୍ଷା ସଚିବ ଏବଂ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଜର୍ଜ ଡବ୍ଲ୍ୟୁ ବୁଶ୍‌ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ୨ ଥର ରାଷ୍ଟ୍ରପତି ହୋଇଥିବାବେଳେ ଡିକ୍‌ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଜୁନିୟର ବୁଶ୍‌ଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପ୍ରଶାସନରେ ମଧ୍ୟ ଡିକ୍‌ କାମ କରିଥିଲେ ଏବଂ ପର୍ସିଆନ୍‌ ଗଲ୍ଫ ଓ୍ବାର ବେଳେ ପ୍ରତିରକ୍ଷା ମୁଖ୍ୟ ଭାବେ ସଶସ୍ତ୍ର ବଳର ନେତୃତ୍ୱ ନେଇଥିଲେ।

 

Dharitri – The Largest & Most Trusted Odia Daily

\