ଖଡ଼ିଆଳ,୧୫ା୧୦ (ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ଖଡ଼ିଆଳ ବ୍ରାହ୍ମଣପଡ଼ା ୱାର୍ଡ ନମ୍ବର ୧୨ର ପୂର୍ବତନ ସୈନିକ ମଧୁସୂଦନ ପ୍ରଧାନଙ୍କ ବିୟୋଗ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଭାରତୀୟ ସେନାରେ ୧୯୬୨ରେ ଯୋଗଦେଇ ୧୯୬୫ ଓ ୧୯୭୧ରେ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧରେ ଭାଗ ନେଇଥିଲେ। ସେନାରୁ ଅବସର ନେଲା ପରେ ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ଯୋଗଦେଇ ୧୯୯୮ରେ ଅବସର ଗ୍ରହଣ କରିଥିଲେ। ଦେଶ ସେବା ପାଇଁ ଖଡ଼ିଆଳ ମହୋତ୍ସବ ସମିତି ତରଫରୁ ୨୦୧୪ରେ ସେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ସୈନିକଙ୍କ ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ପୁଷ୍ପାଞ୍ଜଳି ପ୍ରଧାନ, ପୁତ୍ର ପବିତ୍ର ମୋହନ ପ୍ରଧାନ ଉପସ୍ଥିତ ଥିଲେ।