ଟିକା ନେବା ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କୁ କରୋନା

ନୂଆଦିଲ୍ଲୀ,୧୯।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଜ୍ୱରରେ ପୀଡ଼ିତ ଥିବାରୁ ଏହି ଭେଟେରାନ କଂଗ୍ରେସ ନେତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେ ସୋମବାର ସନ୍ଧ୍ୟା ୫ଟାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ତେବେ କୋଭିଡ୍‌ ଭାକ୍ସିନର ଦୁଇଟି ଡୋଜ ନେଇସାରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୪ ତାରିଖରେ ପ୍ରଥମ ଡୋଜ ନେଇଥିବାବେଳେ ଦ୍ୱିତୀୟ ଡୋଜ ଟିକା ଏପ୍ରିଲ ୩ ତାରିଖରେ ଦିଆଯାଇଥିଲା। ଏମ୍ସ ପକ୍ଷରୁ ମନମୋହନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ଦିଆଯିବ ବୋଲି ଆଶା କରାଯାଉଛି। ଏହି ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ତାଙ୍କ ଆରୋଗ୍ୟ କାମନାର ସୁଅ ଛୁଟିଛି।

Share