ପୂର୍ବତନ ବିଧାୟକଙ୍କ ପରଲୋକ

ଢେଙ୍କାନାଳ,୮।୪: ପୂର୍ବତନ ବିଧାୟକ ପ୍ରଫୁଲ ଭଞ୍ଜଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି । ଢେଙ୍କାନାଳ ସହର ମିନାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛିଦିନ ହେବ ଅସୁସ୍ଥ ଥିଲେ। ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୂ ଓ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସେ ଢେଙ୍କାନାଳ ଗୋନ୍ଦିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ବେଳେ ଢେଙ୍କାନାର ମ୍ୟୁନିସିପାଟିର ପୂର୍ବତନ ଚେୟାରମ୍ୟାନ ଭାବେ ବି କାର୍ଯ୍ୟ କରିଛନ୍ତି।