ଭୋଜି ଖାଇ ପୂର୍ବତନ ମନ୍ତ୍ରୀ ଅସୁସ୍ଥ, ଜଣେ ମୃତ

କୋଟପାଡ଼,୨୮ା୧୦(କେ.ରାଜଶେଖର ରାଓ):କୋରାପୁଟ ଜିଲା କୋଟପାଡ଼ର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସୋମବାର ପାରମ୍ପରିକ ଖାଦ୍ୟ ଆମୋଟ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ପରିବାରର ସଦସ୍ୟ ପାର୍ବତୀଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀଙ୍କର ବଡ଼ ପରିବାର ହୋଇଥିବାରୁ ଘରେ ସୋମବାର ଏକ ଭୋଜିର ଆୟୋଜନ କରିଥିଲେ। ସେଥିରେ ରନ୍ଧା ଯାଇଥିବା ଆମୋଟକୁ ଖାଇ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ସଦସ୍ୟ ସୁସ୍ଥ ହୋଇଥିବା ବେଳେ ପଦ୍ମିନୀଙ୍କର କୋରାପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily