ବ୍ରହ୍ମପୁର,୧୨।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି। ସେ ଏନେଇ ଗୋଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପିଣ୍ଟୁ ନିଜ ଅଭିଯୋଗରେ ଦର୍ଶାଇଛନ୍ତିଯେ, ସୋମବାର ତାଙ୍କ ୱାଟସଆପ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଶିବ ପାଳ ବୋଲି ଦର୍ଶାଇଥିଲା । ସେହି ବ୍ୟକ୍ତି ଜଣଙ୍କ ପିଣ୍ଟୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ମୋ ଭାଇ ଇଛିଲିକୁ ଦଣ୍ଡ କଲୁ ଓ ମଉଜ ମିଶ୍ରକୁ ଧରାଇବାରେ ପୋଲିସକୁ ସହଯୋଗ କଲୁ ବୋଲି ସେ କହିଥିଲେ। ରିଙ୍କୁକୁ ଯେପରି ସାହି ଭିତରେ ପୋଲିସ ଆଗରେ ଗୁଳି କରିଥିଲି ତୋତେ ମଧ୍ୟ ସେମିତି ଗୁଳି କରିବି ମାରିଦେବି ବୋଲି ସେହି ବ୍ୟକ୍ତି ଜଣଙ୍କ ଧମକ ଦେଇଛନ୍ତି। ଫୋନ କରିଥିବା ବ୍ୟକ୍ତି ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ସେ ଉଲ୍ଲେଖ କରିଛନ୍ତି ।