Categories: Home Leftଖେଳ

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ୪୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ, ୧୨।୧୦: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା ମିଡ୍‌ଫିଲ୍ଡର କାର୍ଲଟନ ଚାମ୍ପମ୍ୟାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ଚାମ୍ପମ୍ୟାନଙ୍କୁ ୪୯ ବର୍ଷ ହୋଇଥିଲା। ରବିବାର ରାତିରେ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୋମବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଦଶକରେ ବାଇଚୁଙ୍ଗ ଭୂତିଆ ଓ ଆଇଏମ୍‌ ବିଜୟନଙ୍କ ସହ ଚାମ୍ପମ୍ୟାନ କ୍ଲବ ଫୁଟ୍‌ବଲରେ ବେଶ୍‌ ଚର୍ଚ୍ଚିତ ଚେହେରା ଥିଲେ। ଜଣେ ଦକ୍ଷ ମଧ୍ୟକ୍ରମ ଖେଳାଳି ଭାବେ ପରିଚିତ ଲାଭ କରିଥିବା କାର୍ଲଟନ୍‌ ୧୯୯୫ରୁ ୨୦୦୧ ପର୍ଯ୍ୟନ୍ତ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ତାଙ୍କ ନେତୃତ୍ୱରେ ଭାରତର ୧୯୯୭ରେ ସାଫ୍‌ କପ୍‌ ଚାମ୍ପିୟନ ହୋଇଥିଲା। କ୍ଲବସ୍ତରରେ ସେ ଇଷ୍ଟ ବେଙ୍ଗଲ ଓ ପଞ୍ଜାବ ବେସଡ୍‌ କ୍ଲବ ଜେସିଟି ମିଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଜେସିଟି ମିଲ୍ସ ପକ୍ଷରୁ ସେ ୧୪ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୧ରେ ଫୁଟ୍‌ବଲରୁ ସନ୍ନ୍ୟାସ ନେବାପରେ ଚାମ୍ପମ୍ୟାନ ଟାଟା ଫୁଟ୍‌ବଲ ଏକାଡେମୀ ଓ ରୟାଲ ଓ୍ବିଙ୍ଗଡୋ ପାଇଁ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ କୁଶଲ ଦାସ ଶୋକ ପ୍ରକାଶ କରିଛନ୍ତି।

Share