Categories: Home Leftଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ, ୧୫।୯: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସଦାଶିବ ରାଓଜୀ ପାଟିଲଙ୍କ ମଙ୍ଗଳବାର ପରଲୋକ ଘଟିଛି। କୋହ୍ଲାପୁରସ୍ଥିତ ନିଜ ବାସଭବନରେ ୮୬ ବର୍ଷ ବୟସରେ ସଦାଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ତ୍ରୀ ଓ ୨ ଝିଅଙ୍କ ସହ ସେ ରହୁଥିଲେ। ୧୯୫୫ ମସିହାରେ ସଦାଶିବ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ଲାଗି ତାଙ୍କୁ ଆଉ ସୁଯୋଗ ମିଳି ନ ଥିଲା। ତେବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସକ୍ରିୟ ଥିଲେ। ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ମହାରାଷ୍ଟ୍ର ପକ୍ଷରୁ ସଦାଶିବ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮୬୬ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ତାଙ୍କ ନାମରେ ୮୩ ଉଇକେଟ୍‌ ମଧ୍ୟ ଲିପିବଦ୍ଧ ରହିଛି। ସଦାଶିବ ରଣ୍‌ଜୀ ଟ୍ରଫିରେ ମଧ୍ୟ ମହାରାଷ୍ଟ୍ର ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ।