ନୂଆଦିଲ୍ଲୀ,୨୮।୧: ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଅନ୍ୟ ତିନୋଟି ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଖେଳାଳି ହେଉଛନ୍ତି ଜାକବ ମାର୍ଟିନ। ସେ ଭାରତ ପାଇଁ ମୋଟ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ ଏବଂ ସଚିନ ତେନ୍ଦୁଲକରଙ୍କ ଭଳି ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ସହ ଡ୍ରେସିଂ ରୁମ ଶେୟାର କରିବାର ସୁଯୋଗ ପାଇଥିଲେ। ଜାନୁଆରୀ ୨୭ ତାରିଖରେ ମାର୍ଟିନ ତାଙ୍କ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ରାସ୍ତା କଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।
ଜାକବ ମାର୍ଟିନ ମଙ୍ଗଳବାର ଭଦୋଦରାରେ ତାଙ୍କ କାର୍ ଚଳାଉଥିଲେ, ଏବଂ ପୋଲିସ କହିଛି ଯେ ସେ ମଦ୍ୟପାନ କରିଥିଲେ। ତା’ପରେ ସେ ପାଖରେ ଠିଆ ହୋଇଥିବା ତିନୋଟି କାରକୁ ଧକ୍କା ଦେଇଥିଲେ। ଦୁର୍ଘଟଣାର କିଛି ଘଣ୍ଟା ପରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଗିରଫ କରାଯାଇଛି।