Categories: Home Leftଖେଳ

IND vs SA ଦ୍ୱିତୀୟ ODI ପୂର୍ବରୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର : ଅଚାନକ ପୂର୍ବତନ କ୍ରିକେଟରଙ୍କ …

ନୂଆଦିଲ୍ଲୀ,୩।୧୨: ବୁଧବାର ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଙ୍ଗଳବାର କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ସ୍ମିଥଙ୍କ ୬୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁ ତାଙ୍କ ଆପାର୍ଟମେଣ୍ଟରେ ହୋଇଥିଲା, ହେଲେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ରବିନ ସ୍ମିଥଙ୍କ ପରିବାର ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ ୧୯୯୨ ବିଶ୍ୱକପ ରନର୍ସ-ଅପ ଦଳର ଅଂଶ ଥିଲେ। ଇଂଲଣ୍ଡ କ୍ରିକେଟ ସ୍ମିଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛି”ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡର ସମସ୍ତେ ରବିନ ସ୍ମିଥଙ୍କ ଦେହାନ୍ତ ଶୁଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଇଂରାଜୀ ଗଣମାଧ୍ୟମ ଅନୁଯାୟୀ, ରବିନ ସ୍ମିଥ ତାଙ୍କ ଆପାର୍ଟମେଣ୍ଟରେ ମୃତ୍ୟୁବରଣ କରିଛନ୍ତି। ଖବର ଅନୁଯାୟୀ, ସେ ଅସୁସ୍ଥ ନଥିଲେ। ତାଙ୍କର ହଠାତ୍‌ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନି।

ରବିନ ସ୍ମିଥ ୧୯୮୮ ରୁ ୧୯୯୬ ମଧ୍ୟରେ ମୋଟ ୧୩୩ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୬,୫୦୦ ରୁ ଅଧିକ ରନ କରିଥିଲେ। ତାଙ୍କୁ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରାଯାଉଥିଲା, ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୩ ଟି ଶତକ ଏବଂ ୪୩ ଟି ଅର୍ଦ୍ଧଶତକ ହାସଲ କରିଥିଲେ।

 

Dharitri – The Largest & Most Trusted Odia Daily