ପୂର୍ବତନ କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ,୧୭।୧୦: ପଞ୍ଜାବର ଫିରୋଜପୁରର ଜିରା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କୁଲବୀର ସିଂ ଜିରାଙ୍କୁ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କ ଘରୁ ପୋଲିସ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ସରପଞ୍ଚଙ୍କ ଦାବିକୁ ନେଇ ଜିରା ବିଡିପିଓ ଜିରା କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଡିପିଓ ଜିରା ଅଭିଯୋଗ କରିଛନ୍ତି ଯେ କୁଲବୀର ସିଂ ତାଙ୍କ ସହଯୋଗୀଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ସମସ୍ତ କୋଠରୀକୁ ଦଖଲ କରିଥିଲେ ଏବଂ ସେଠାରେ ଥିବା ସରକାରୀ ଦସ୍ତାବିଜକୁ ଏପଟସେପଟ କରିଥିଲେ। ପୋଲିସ ଷ୍ଟେଷନ ଜିରା ସିଟି କୁଲବୀର ସିଂ ଜିରାଙ୍କ ସମେତ ୮୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ତାଙ୍କୁ ଏବେ ଗିରଫ କରାଯାଇଛି।