ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ ବିଭିନ୍ନ ସଂଗଠନ ରାସ୍ତା ଉପରକୁ ଆସି ବିରୋଧ କରୁଛନ୍ତି। ସୋମବାର ଏକ ଟ୍ରେଲରରେ ପାଉଁଶ ଯାଉଥିବା ବେଳେ ରାଜପୁର ପଂଚାୟତ ପୂର୍ବତନ ସମିତି ସଭ୍ୟ ଗଣେଶ ରାମ ବାଗ ଗାଡ଼ିକୁ ଅଟକାଇ ଥିଲେ। ଫରେ ସେହି ପାଉଁଶ ବୋଝେଇ ଗାଡିକୁ ଫେରେଇ ଦେଇଥିଲେ। ଆସନ୍ତା ୧ତାରିଖଠାରୁ ରାଜପୁର ଦେଇ କୌଣସି ପାଉଁଶ ଗାଡି ରାଜପୁର ଦେଇ ଯାତାୟାତ କରିବ ନାହିଁ ବୋଲି ରାଜପୁର ସରପଞ୍ଚ ସରସ୍ବତୀ ନାୟକ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily