ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ମଦଭାଟି ନିକଟରେ ବୁଧବାର ଅପରାହ୍ନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ପୂର୍ବତନ ଅଧ୍ୟକ୍ଷ ମୂରଲୀଧର ପ୍ରଧାନ (୬୬)ଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ବ୍ରହ୍ମପୁର ତୁଳସୀ ନଗରରେ ରହୁଥିବା ଅଧ୍ୟକ୍ଷ ପ୍ରଧାନ ଏକ ସ୍କୁଟିରେ ନିଜ ଗ୍ରାମ ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତର ହାତୀଆଡି ଗ୍ରାମକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଖବର ଲେଖା ଯାଏ ପୋଲିସ ନିକଟରେ ମଧ୍ୟ ଅଭିଯୋଗ ପହଞ୍ଚି ନଥିବା ବ୍ରହ୍ମପୁର ସଦର ଥାନା ଆଇଆଇସି କହିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ସୂଚନା ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ସା ପ୍ରାୟ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ଜଣାପଡିବା ପରେ ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ଅଧ୍ୟାପିକା ,ଅଧ୍ୟାପକ ଓ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।