କେନ୍ଦୁପତ୍ର ଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର,୨୩।୯(ସୁନିଲ କୁମାର ମହାନ୍ତି): ବେଆଇନ କେନ୍ଦୁପତ୍ର ଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଏଫଓ। ବିନା କାଗଜପତ୍ରରେ ଦେଓଗାଁ ଡିଭିଜନରୁ ୨୬ ବସ୍ତା କେନ୍ଦୁପତ୍ର ଚାଲାଣ ହେଉଥିଲା।