ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ ମନି ପର୍ସ ମିଳିଥିଲା। ପର୍ସରେ ଆଠ ହଜାର ଟଙ୍କା ସହ ଆଧାର ଓ ପାନ କାର୍ଡ ଥିଲା । ଆଧାରକାର୍ଡ ଦେଖିବା ପରେ ତାହା ପୁଇଁତୋଳା ଗ୍ରାମର ପଙ୍କଜ ପଲାଇଙ୍କର ପର୍ସ ବୋଲି ଜଣାପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଫୋନରେ ଯୋଗାଯୋଗ କରି ପର୍ସ ଫେରାଇ ଥିଲେ ପ୍ରଶାନ୍ତ । ହଜିଥିବା ପର୍ସ ପାଇ ପଙ୍କଜ ପ୍ରଶାନ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଫରେଷ୍ଟ ଗାର୍ଡ ପ୍ରଶାନ୍ତଙ୍କ ମହାନତାକୁ ଅଂଚଳବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି ।