ବନ ବିଭାଗ କବଳରୁ ଟ୍ରାକ୍ଟର ଛଡାଇ ନେଇ ମହିଳା ଗାର୍ଡଙ୍କୁ ଦୁର୍ବ୍ୟବହାର ଘଟଣା: ଭାଜପା ନେତାଙ୍କ ଗିରଫ ଦାବି

ପାଟଣା,୪।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲୁଥିବା ବେଳେ ମଙ୍ଗଳବାର ବଲାଣି ପୋଷିରେ ବିଜେଡି ଜିଲା ସଭାପତି ଆଶିଷ କୁମାର ଚକ୍ରବର୍ତ୍ତୀ ସଂରକ୍ଷିତ  ଜଙ୍ଗଲ ରୁଗତ ଶୁକ୍ରବାର ବେଆଇନ ବାଲି ଚୋରି ଓ ମହିଳା ବନ ରକ୍ଷୀଙ୍କୁ ର୍ଦୁବ୍ୟବହାର  କରିଥିବା ପାଟଣା  ଭାଜପାର ବରିଷ୍ଠ ନେତା ତଥା ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇଙ୍କ ଗିରଫ ଦାବି କରିଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାଜପାର ନେତା ପଲେଇ ଦିନ ଦି ପ୍ରହରରେ ବାଲି ଚୋରି କରିବା ସହ ମହିଳା ବନରଖିଙ୍କୁ ଶାରୀରିକ ଉତ୍ପୀଡନ ଓ ଗଣ ଧର୍ଷଣ କରିବା ଧମକ ସମ୍ପର୍କିତ ଭିଡିଓ ଓ ଖବର ସାରା ରାଜ୍ୟରେ ଘୁରି ବୁଲୁଥିବା ବେଳେ ଘଟଗାଁ ପୋଲିସ ଓ ପାଟଣା ବନ ବିଭାଗ ନୀରବ ଦ୍ରଷ୍ଟା ସାଜିବାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଆଗାମୀ ୨୪ଘଣ୍ଟା ମଧରେ ପୋଲିସ ଓ ବନ ବିଭାଗ ଅଭିଯୁକ୍ତଙ୍କୁ ଗିରଫ ନକଲେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପାଟଣା ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ସାହାର ପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ଝୁମ୍ପରା ବ୍ଲକ ବିଜେଡି ସଭାପତି ଡମ୍ବରୁ ଦାଶ ଏବଂ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ନାୟକ ଜଲାପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily