ବାଲିଗୁଡା, ତା, ୧୩।୧୨,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ପ୍ରକାଶ ଯେ, କଲୋନୀ ପଛପଟ ବଗିଚାରେ ପିଲାମାନେ ଖେଳୁଥିବାବେଳେ ସାପଟିକୁ ଦେଖି ଜୈନକ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯିବା ପରେ ସ୍ନେକ ହେଲପ ଲାଇନ କର୍ମଚାରୀ ଆସି ଉକ୍ତ ସାପଟିକୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନରେ ନେଇ ଛାଡିଥିବା ବିଷୟ ବନ ବିଭାଗ ପକ୍ଷରୁ କୁହାଯାଇଛି l