ସ୍କୁଲ ନିକଟରେ ବୁଲୁଥିଲା ୭ ଫୁଟର ଅଜଗର, ଉଦ୍ଧାର କରି…

ଥୁଆମୂଳ ରାମପୁର, ୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ନିକଟର ଏକ ମକା ବାଡ଼ରୁ ପଡ଼ାବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର ସାପ ଉଦ୍ଧାର କରିଛି। ଉଦ୍ଧାର ସାପ ଟି ର ଲମ୍ବା ପାଖାପାଖି ୬ ରୁ ୭ ଫୁଟ ଏବଂ ଓଜନ ୭.୫ କେଜି ହେବ ବୋଲି ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ରବିବାର ସକାଳୁ ସ୍କୁଲ ପାଖ  ବୋଲେନ ଭଟାରେ ଏକ ଅଜଗର ବୁଲୁଥିବା ପଡ଼ାର କିଛି ଲୋକ ଦେଖିଥିଲେ। ପରେ ତାକୁ ଉଦ୍ଧାର କରି ନିରାପଦ ଜାଗାରେ ଛାଡ଼ିବା ପାଇଁ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତିଙ୍କୁ ଫୋନ ଯୋଗେ ଗ୍ରାମର ଚନ୍ଦ୍ର ଶେଖର ପାତ୍ର ଖବର ଦେଇଥିଲେ l ପରେ ସାମ୍ବାଦିକ ସ୍ଥାନୀୟ ବନ ବିଭାଗଙ୍କୁ ସୂଚନା ଦେବା ପରେ ରେଞ୍ଜର ତ୍ରିନାଥ ସେଠଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଫରେଷ୍ଟ ଗାର୍ଡ ସ୍ବାଗ ରଞ୍ଜନ ପଣ୍ଡା, ପାରା ଷ୍ଟାଫ ନିରଞ୍ଜନ ରାଉତ, ସୋମନାଥ ନାଏକ, କାଳିଆ ପ୍ରଧାନି ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ସିଙ୍ଗାରି ରିଜର୍ଫ ଜଙ୍ଗଲରେ ଛାଡିଥିଲେl ଉଦ୍ଧାର ସାପ ଟିର ଲମ୍ବା ପାଖାପାଖି ୬ ରୁ ୭ ଫୁଟ ହେବ । ଠିକ ସେଭଳି ଡୁମେର ପଦର  ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଖ ଓଡ୍ରୀ – ଗୋପୀନାଥପୁର ମୁଖ୍ୟ ରାସ୍ତାରେ ମଧ୍ୟ ଏକ ୮.୩୦ ଫୁଟ ଲମ୍ବ କଳା ଧଳା ରଙ୍ଗର ଏକ ଅଜଗର ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା ହେଉଛି।

Share