ପଦ୍ମପୁର,୪।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗ ଦ୍ୱାରା ରବିବାର ରାତିରେ ପଦ୍ମପୁର ପାଟନାଗଡ ରାସ୍ତା ଦହିତାଠାରେ ଏକ କେନ୍ଦୁ କାଠ ବୋଝେଇ ପିକଅପ ଗାଡି (ଓଆର ୦୫ଏଇ ୮୩୨୫)କୁ ବନ ବିଭାଗ ଜବତ କରିଛି । ଜବତ କାଠର ମୂଲ୍ୟ ୧ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଚଢ଼ାଉରେ ପଦ୍ମପୁର ରେଞ୍ଜର ରଣଜିତ ସିଂ ବାବୁ, ଫରେଷ୍ଟର ସରୋଜ କୁମାର ସାହୁ, ରାଧାକାନ୍ତ କୁମ୍ଭାର, ପଦ୍ମିନୀ ଭୋଇ ସମେତ ମନ ଟେଟୁଆ, ଶୁଧାଂସୁ ଶେଖର ଭଏସା,ତରଣୀ ଦାସ ପ୍ରମୁଖ ସାମିଲ ଥିଲେ।