ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ: ଚାଷୀଙ୍କ ସହ କଲେ ଏହି ଆଲୋଚନା

ରାଇକିଆ,୨୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ ବୁଲାବୁଲି କରିବା ସହ ସ୍ଥାନୀୟ ଲୋକଙ୍କୁ ହାଟରେ ଭେଟିଛନ୍ତି । ଇଟାଲୀରୁ ଓଡ଼ିଶା ଗସ୍ତରେ ଆସିଥିବା ୧୦ରୁ ଉଦ୍ଧର୍‌ବ ବିଦେଶୀ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ରାଇକିଆ ଦେଇ ଯାଉଥିବାବେଳେ ଜନଜାତି ହାଟରେ ପହଞ୍ଚି ସେଠାରେ ବିକ୍ରି କରୁଥିବା ଚାଷୀ, ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଏହି ଅଞ୍ଚଳର ପ୍ରସିଦ୍ଧ ହାଟ ସଂସ୍କୃତିକୁ ଦେଖିଛନ୍ତି। ବିଦେଶୀମାନେ ପାରମ୍ପରିକ ହାଟକୁ ବୁଲିବା ଦେଖି ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଥିଲା ।

Dharitri – The Largest & Most Trusted Odia Daily

Share
Tags: odisha