Categories: Home Leftଖେଳ

ଆଇପିଏଲ୍‌ ସସ୍‌ପେଣ୍ଡ ପରେ ସ୍ବଦେଶ ଫେରିଗଲେ ଖେଳାଳି

ନୂଆଦିଲ୍ଲୀ,୧୦ା୫: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ହାଇ-ପ୍ରୋଫାଇଲ ଟି୨୦ ଲିଗ୍‌ ଆଇପିଏଲ୍‌କୁ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯିବା ପରେ ବିଭିନ୍ନ ଫ୍ରାଞ୍ଚାଇଜରୁ ପ୍ରତିନିଧିତ୍ୱ କରୁଥିବା ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଛନ୍ତି। ପଡ଼ୋଶୀ ଜମ୍ମୁ ଓ ପଠାନ୍‌କୋଟ ସହରରେ ବିମାନ ଆକ୍ରମଣର ଚେତାବନୀ ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଧର୍ମଶାଳାରେ ଗତ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ଅଧାରୁ ବାତିଲ କରିଦିଆଯାଇଥିଲା। ଶୁକ୍ରବାର ଆଇପିଏଲ୍‌କୁ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯାଇଥିଲା।

ଟୁର୍ନାମେଣ୍ଟ ସସ୍‌ପେଣ୍ଡ ପରେ ଖେଳାଳିମାନେ ଘରବାହୁଡ଼ା ଆରମ୍ଭ କରିଦେଇଥିଲେ। ବିଦେଶୀ ଖେଳାଳିମାନେ ମଧ୍ୟ ସେମାନଙ୍କ ଦେଶକୁ ଫେରିଯାଉଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) କହିଛି, ଏହାର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ସୁରକ୍ଷିତ ଭାବେ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଘରମୁହାଁ ହୋଇଛନ୍ତିି।