ଚଢା ଦରରେ ବିକ୍ରି ହେଉଛି ବିଦେଶୀ ମଦ: ବୋତଲ ପିଛା…

ନୂଆପଡ଼ା/କୋମନା,୩ା୧(ମକାରୁ ବେମାଲ/ମହେଶ ବାଗ):ଇଂରାଜୀ ନବବର୍ଷକୁ ସ୍ବାଗତ ଜଣାଇ ଚାରିଆଡେ ଉତ୍ସାହର ମାହୋଲ ଦେଖାଦେଇଥିଲା। ଏହାର ସୁଯୋଗ ନେଇ କୋମନାଠାରେ ଥିବା ବିଦେଶୀ ମଦ ଦୋକାନ ଚଢାଦରରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ନୂତନ ବର୍ଷ ପାଳନ ଓ ଭୋଜିଭାତର ଆସର ଜମାଇବା ପାଇଁ ବିଦେଶୀ ମଦର ଚାହିଦା ଅଧିକ ରହିଥିଲା। ବିଦେଶୀ ମଦ ଦୋକାନ ଠାରେ ଗ୍ରାହକଙ୍କ ଭିଡର ଫାଇଦା ଉଠାଇ ଦୋକାନୀମାନେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ କରିଛନ୍ତି। ବୋତଲ ପିଛା ୨୦ରୁ ୩୦ ଟଙ୍କା ଅଧିକ ନିଆଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଗ୍ରାହକ ଦୋକାନୀଙ୍କୁ ବିଲ ମାଗିବାରୁ ମନା କରି ଦେଉଥିଲେ। ବର୍ତ୍ତମାନ ଭିଡ ରହିଛି, ପରେ ଆସି ବିଲ ନେଇଯିବ ବୋଲି କୁହାଯାଉଥିଲା। କିଛି ଗ୍ରାହକ ପରେ ଯାଇ ବିଲ ମାଗିବାରୁ ବିଭିନ୍ନ ଆଳ ଦେଖାଇ ତଡି ଦେଇଥିବା ଜଣେ ଗ୍ରାହକ ପ୍ରକାଶ କରିଛନ୍ତି। ଏଥିପ୍ରତି ଅବକାରୀ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

Share