ଭାରତରୁ ପ୍ରଥମଥର ଲଣ୍ଡନ ରପ୍ତାନୀ ହେଲା ସବୁଠୁ ରାଗ ଲଙ୍କା, ମୋଦି କହିଲେ…

ନୂଆଦିଲ୍ଲୀ,୩୦ା୭: ନାଗାଲାଣ୍ଡର ‘କିଙ୍ଗ୍‌ ଚିଲି’ ବା ଭୂତ ଜ୍ୱାଳା କୁହାଯାଉଥିବା ଲଙ୍କା ପ୍ରଥମଥର ଲଣ୍ଡନକୁ ରପ୍ତାନୀ ହୋଇଛି। ଏହାକୁ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି କୁହାଯାଏ।

ବାଣିଜ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ‘ରାଜା ଲଙ୍କା’ର ପ୍ରଥମ ଉତ୍ପାଦନ। ନାଗାଲାଣ୍ଡରୁ ଆଜି ଲଣ୍ଡନରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ‘ସୁନ୍ଦର ଖବର। ଯେଉଁ ଲୋକ ଭୂତ ଜ୍ୱାଳାକୁ ଖାଇଛନ୍ତି, ସେମାନେ କେବଳ କହିପାରିବେ ଏହା କେତେ ରାଗ।

ନାଗାଲାଣ୍ଡର ପେରେନ ଜିଲାର ତୋନିଂ ଅଞ୍ଚଳରେ ଏହା ଲଗାଯାଇଥିଲା। ଏହି ଲଙ୍କା ଚାଷ ପାଇଁ ଉତ୍ତମ ଜଳବାୟୁ ଆବଶ୍ୟକ। ଏହା ଅର୍ଗାନିକ ଉପାୟରେ ଅମଳ ହୋଇଛି।