୨୦୧୩ ପରେ ପ୍ରଥମଥର ପାଇଁ ଧର୍ମଶାଳା ଟେଷ୍ଟରେ ଘଟିଲା ଏମିତି…

ଧର୍ମଶାଳା,୭।୩: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଏହି ମ୍ୟାଚ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଇଂଲଣ୍ଡର ଜନି ବେୟାରଷ୍ଟୋଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟଙ୍କ ପାଇଁ ଏହା ହେଉଛି ୧୦୦ ତମ ଟେଷ୍ଟ ମ୍ୟାଚ। ଉଭୟ ଅଶ୍ୱିନ ଏବଂ ବେୟାରଷ୍ଟୋ ଗୋଟିଏ ମ୍ୟାଚରେ ୧୦୦ତମ ଟେଷ୍ଟରେ ଏକାଠି ଦେଖାଯିବା ସହିତ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି ହୋଇଛି। ଉଭୟ ବିଶେଷ ସଫଳତା ହାସଲ କରିଛନ୍ତି।
ଏହା ହେଉଛି ଚତୁର୍ଥ ଥର ଯେତେବେଳେ ଦୁଇ କିମ୍ବା ଅଧିକ ଖେଳାଳି ଏକାଠି ସେମାନଙ୍କର ୧୦୦ତମ ମ୍ୟାଚ ଖେଳୁଛନ୍ତ। ପ୍ରଥମ ଥର ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଆଥର୍ଟନ ଏବଂ ଆଲେକ ଷ୍ଟୁଆର୍ଟ ୨୦୦୦ରେ ଓଲ୍ଡ ଟ୍ରାଫର୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଐତିହାସିକ ସଫଳତା ହାସଲ କରିଥିଲେ। ଏଥି ସହିତ ଦକ୍ଷିଣ ଆଫ୍ରିକାର ଜ୍ୟାକ କଲିସ, ନ୍ୟୁଜିଲାଣ୍ଡର ଶନ ପୋଲକ ଏବଂ ଷ୍ଟିଫେନ ଫ୍ଲେମିଂ ତିନିଜଣ ମହାନ ଖେଳାଳି ଏକାଠି ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ୨୦୦୬ରେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ ମ୍ୟାଚର ଅଂଶ ଥିଲା।
ପର୍ଥରେ ୨୦୧୩ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଆଶେସ ମ୍ୟାଚରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର୍‌ କୁକ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଏକାଠି ୧୦୦ତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଗୁରୁବାର ଦିନ ଭାରତ ବନାମ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଅଶ୍ୱିନ ଏବଂ ବେୟାରଷ୍ଟୋ ନିଜ ଦଳର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏହି ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।