‘୧୪ଶ କୋଟି ପାଇଁ ଆମାଜନ ୨୬ ହଜାର କୋଟିର କମ୍ପାନୀକୁ ବରବାଦ କରିଦେଲା’

ନୂଆଦିଲ୍ଲୀ,୧।୪: “ଆମଜାନ ଆମକୁ ଧ୍ୱଂସ କରିବାକୁ ଚାହୁଁଛି। ଆଉ ଏଥିରେ ସେ ସଫଳ ହୋଇଛି”। ଆମାଜନ ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ଏଭଳି ସ୍ବରରେ କହିଛି ଫ୍ୟୁଚର ରିଟେଲ ଗ୍ରୁପ୍‌। ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରିଲ ୪ ତାରିଖରେ ହେବ।

ଆମାଜନ ଆଇଏନ୍‌ସି. ଏବଂ ଫ୍ୟୁଚର ରିଟେଲ ଲିମିଟେଡ୍‌ (ଏଫ୍‌ଆରଏଲ୍‌) କୋର୍ଟ ବାହାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ବିଫଳ ହୋଇଛି। ଅନ୍ୟପକ୍ଷରେ ୪.୮୦୦ କୋଟି ଟଙ୍କାର ରେଣ୍ଟ ବକାୟା ଥିବାରୁ କିଶୋର ବିୟାନିଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ର ୧୦୦ରୁ ଅଧିକ ଷ୍ଟୋରକୁ ଦଖଲ କରି ନେଇଥିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆଇଆଇଏଲ)।

ଫ୍ୟୁଚର ରିଟେଲ ଏବଂ ଆରଆଇଏଲ୍‌କୁ ଆମାଜନ ଠକ କହୁଥିବା ବେଳେ ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, “୧୪ଶ କୋଟି (ଆମାଜନ-ଫ୍ୟୁଚର ବିବାଦୀୟ ଚୁକ୍ତି) ଟଙ୍କା ପାଇଁ ଆମାଜନ ୨୬ ହଜାର କୋଟି ଟଙ୍କାର କମ୍ପାନୀକୁ ବରବାଦ କରିଦେଲା। ଆମାଜନ ଯାହା ଚାହୁଁଥିଲା, ତାହା ସଫଳତାର ସହ କରି ଦେଖାଇଛି। ଆମେ ଏବେ ସୂତାଖିଅରେ ଅଟକିଛୁ। କେହି ଆମ ସହ ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି। ଘର ମାଲିକ ଏଭିକ୍‌ଶନ ନୋଟିସ ପଠାଇଲେ, ଆମେ କ’ଣ କରିପାରିବୁ। ୮୩୫ ଷ୍ଟୋର ଉପରୁ ଆମେ ନିୟନ୍ତ୍ରଣ ହରାଇଛୁ। ଏବେ କେବଳ ୩୭୪ ଷ୍ଟୋର ଚାଲିଛି”।


Enter your email to get our daily news in your inbox.

All Right Reserved By Dharitri.Com

ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର

ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ...

ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା...

ଅମରନାଥ ଯାତ୍ରା: ଭାଙ୍ଗିଲା ୫ ବର୍ଷର ରେକର୍ଡ ୩.୬୫ ଲକ୍ଷ ଶ୍ରଦ୍ଧାଳୁ କଲେ ବାବାଙ୍କ ଦର୍ଶନ

ଶ୍ରୀନଗର,୧୩ ।୮: କରୋନା ମହାମାରୀ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ବାବା ଅମରନାଥଙ୍କ ଦର୍ଶନ କରିଥିବା ଶ୍ରଦ୍ଧାଳୁ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି...

‘ଅନୁଶାସନ ଶିଖିନାହାନ୍ତି ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଜଣେ ଅନୁଶାସନହୀନ ନେତା। ତାଙ୍କ ବିଷୟରେ...

ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧...

ଅନୀଲ ଦେଶମୁଖଙ୍କୁ ଜାମିନ, ୧୩ ମାସ ପରେ ବି ମୁକୁଳିବା ଆଶା ନୋହିଲା, ରହିବେ ଜେଲରେ…

ମୁମ୍ବାଇ,୧୨।୧୨ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ...

ରେଳଲାଇନ୍‌ରେ ବିଡ଼ା ବିଡ଼ା ଟଙ୍କା…

ଚେନ୍ନାଇ,୨୬।୮: ରେଳଲାଇନ୍‌ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍‌ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ...

କ୍ୟାବିନେଟ ବୈଠକ: କୃଷକ, ବ୍ୟବସାୟୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ନୀତିନ ଗଡକରି ଓ...

Advertisement
Archives

Model This Week