ପାଟଣା,୨୮।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଗୋଡିପଖରୀ ଗ୍ରାମର ଜୀବନଦୀପ କ୍ଲବ ଆନୁକୁଲ୍ୟରେ ରବିବାର ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ, ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ଦୀପକ ମଣ୍ଡଳ, ଜ୍ୟୋତି ରଞ୍ଜନ ସାହୁ, ମର୍ଚ୍ଚାଣ୍ଟ ନେଭି ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳର ଶୁଭାରମ୍ଭ କରିଥିଲେ।
ଟୁର୍ନାମେଣ୍ଟ ଦୁଇଦିନ ଧରି ଚାଲିବାକୁ ଥିବାବେଳେ କଟକ, ଭୁବନେଶ୍ୱର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ବିଶିଷ୍ଟ ଫୁଟବଲ କ୍ଳବ ଭାଗ ନେଇଛନ୍ତି। ଉଦ୍ଘାଟନୀ ମ୍ୟାଚ କଣ୍ଟିଆପଡା ସହ ଗୋଡି ପୋଖରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ରେଫରୀ ଭାବେ ସନ୍ତୋଷ ମହାକୁଡ଼, ଯତୀନ ମହାନ୍ତ ,ଶଙ୍କର୍ଷଣ ନାଏକ, ଧନେଶ୍ୱର ସର୍ଦାର ପରି ଚାଳନା କରିଥିଲେ।
ଭାଷ୍ୟକାର ଭାବେ ଅରୁଣ ମହାନ୍ତ, ଟଙ୍କଧର ମହାନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ଲବ ସଭାପତି ଭକ୍ତବନ୍ଧୁ ନାଏକ, ସମ୍ପାଦକ ହୃଷୀକେଶ ନାଏକ, ହାପି, ନିହାର, ନାଗ, କେଦାର, ମୋନାଜ, ଜପ, ଇନ୍ଦ୍ର, ସୋନୁ, ବାବୁଲା, ଗୁଲୁ, କୁଲଦୀପ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।